Saturday 25 July 2020

ଆହେ ଜଗନ୍ନାଥ


ଆହେ ଜଗନ୍ନାଥ :
ଏ' କଳିଯୁଗରେ ନିଲାଞ୍ଚଳ ଧାମେ ସାଜି ଦାରୁବ୍ରହ୍ମ ମୁରତି ଦେବତା,
ଭକ୍ତ ସାଲବେଗ ଗୁହାରୀ ଶୁଣି ଅଟକି ଯାଇଥିଲା ନନ୍ଦିଘୋଷ ରଥ ଚକଟା   ll
ଭକ୍ତ ସାଲବେଗ ଜାତିରେ ଥିଲେ ସେ'ଯବନ ହେ! ଚକାନୟନ,
ଶ୍ରୀ କ୍ଷେତ୍ର ପୁରୀରେ  ନୀଳଚକ୍ରେ ଉଡ଼େ ତୁମରି ବାନା ପତିତପାବନ ll
ବିଦୁର ହାତରୁ ସାଗ ପଖାଳ ଖାଇ ତୋସାଇ ପାରିଥିଲ ମନ,
ଶବର ବିଶ୍ୱାବସୁ ଦେଇ ପାରିଲେନାହିଁ କି'ଛପନ ଭୋଗ ଅର୍ଣ୍ଣ   ll
କାଞ୍ଚିର ରାଜା ସହିତ ଯୁଦ୍ଧ କରିଥିଲ ତୁମେ ନିଯେ ପାଳି କ୍ଷତ୍ରିୟ ଧର୍ମ,
ଏ' କଳିଗଜୁଗରେ ରାଧାରାଣୀ ବିନା ନିଦହେଉ ନାହିଁ କି' ଦେଖୁଅଛ ସପନ ll
ନିଲାଞ୍ଚଳ ଧାମେ ଲଷ୍ମୀ ଠାକୁରାଣୀ ସହିତେ, ବଳଭଦ୍ର, ସୁଭଦ୍ରା ଭଉଣୀ,
ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଭକ୍ତଙ୍କୁ ଦର୍ଶନ ଦିଅ ପୁଣି   ll
ବାର, ବରଷରେ ହୁଏ ତୁମର ନବ ଦାରୁବ୍ରହ୍ମ ପରିବର୍ତ୍ତନ କଳେବର,
ସେହି ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ସାଜିଥିଲା    ନ' ମିଳିଲା ତାର' ସଠିକ ଖବର  ll
ଯାହା ମୁଁ ଭାବଇ, ଯାହା ମୁଁ ରଚଇ, ଯାହା ମୁଁ ଲେଖଇ ଏହି କଲମେ,
ଜଗତର ନାଥ ଆହେ ଜଗନ୍ନାଥ ସାହ ହୁଅ ମୋତେ ପ୍ରତି କ୍ଷଣେ   ll
ଲେଖକ: ନିଲେଶ କୁମାର ଭୋଇ
କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର(ବିଜ୍ଞାନ ବିଭାଗ)
ଦୂର ଭାଷ# +917684800301

No comments:

Post a Comment