Saturday, 25 July 2020

ଆହେ ଜଗନ୍ନାଥ


ଆହେ ଜଗନ୍ନାଥ :
ଏ' କଳିଯୁଗରେ ନିଲାଞ୍ଚଳ ଧାମେ ସାଜି ଦାରୁବ୍ରହ୍ମ ମୁରତି ଦେବତା,
ଭକ୍ତ ସାଲବେଗ ଗୁହାରୀ ଶୁଣି ଅଟକି ଯାଇଥିଲା ନନ୍ଦିଘୋଷ ରଥ ଚକଟା   ll
ଭକ୍ତ ସାଲବେଗ ଜାତିରେ ଥିଲେ ସେ'ଯବନ ହେ! ଚକାନୟନ,
ଶ୍ରୀ କ୍ଷେତ୍ର ପୁରୀରେ  ନୀଳଚକ୍ରେ ଉଡ଼େ ତୁମରି ବାନା ପତିତପାବନ ll
ବିଦୁର ହାତରୁ ସାଗ ପଖାଳ ଖାଇ ତୋସାଇ ପାରିଥିଲ ମନ,
ଶବର ବିଶ୍ୱାବସୁ ଦେଇ ପାରିଲେନାହିଁ କି'ଛପନ ଭୋଗ ଅର୍ଣ୍ଣ   ll
କାଞ୍ଚିର ରାଜା ସହିତ ଯୁଦ୍ଧ କରିଥିଲ ତୁମେ ନିଯେ ପାଳି କ୍ଷତ୍ରିୟ ଧର୍ମ,
ଏ' କଳିଗଜୁଗରେ ରାଧାରାଣୀ ବିନା ନିଦହେଉ ନାହିଁ କି' ଦେଖୁଅଛ ସପନ ll
ନିଲାଞ୍ଚଳ ଧାମେ ଲଷ୍ମୀ ଠାକୁରାଣୀ ସହିତେ, ବଳଭଦ୍ର, ସୁଭଦ୍ରା ଭଉଣୀ,
ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଭକ୍ତଙ୍କୁ ଦର୍ଶନ ଦିଅ ପୁଣି   ll
ବାର, ବରଷରେ ହୁଏ ତୁମର ନବ ଦାରୁବ୍ରହ୍ମ ପରିବର୍ତ୍ତନ କଳେବର,
ସେହି ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ସାଜିଥିଲା    ନ' ମିଳିଲା ତାର' ସଠିକ ଖବର  ll
ଯାହା ମୁଁ ଭାବଇ, ଯାହା ମୁଁ ରଚଇ, ଯାହା ମୁଁ ଲେଖଇ ଏହି କଲମେ,
ଜଗତର ନାଥ ଆହେ ଜଗନ୍ନାଥ ସାହ ହୁଅ ମୋତେ ପ୍ରତି କ୍ଷଣେ   ll
ଲେଖକ: ନିଲେଶ କୁମାର ଭୋଇ
କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର(ବିଜ୍ଞାନ ବିଭାଗ)
ଦୂର ଭାଷ# +917684800301

Thursday, 23 July 2020

ହିମ ବୀର


ହିମ ବୀର 
ଏହି ପବିତ୍ର ଭାରତମାତା'ର ଶିର  ସେ' ହିମଗିରି ହିମାଳୟ, l
ସେହି ସ୍ଥାନ ଜାଣ ଚୀନଦେଶ ସୈନିକଙ୍କ ଆସ୍ଥାନଲୟ ll 
ଶୋକନଦୀ ,ଗଲୱlନ ନଦୀ ପ୍ରବାହିତ ସେହିଠାରେ, l
ସୈନ ସାମନ୍ତ ଧରିଣ ଚୀନଦେଶ
ଭାରତକୁ ଆକ୍ରମଣ କରେ ll
ଲୁହା ଛଡ଼, ପଥର,ମାଡରେ ଭାରତ ଯବାନ ହେଲେଶହୀଦ,l
ବିଶ୍ୱାସ ଘତକତା କରି ଚୀନ ଦେଶ ମାଗୁଅଛି ପ୍ରମାଦ,  ll
ଅତି ପବିତ୍ର ଗଙ୍ଗାତୋୟ ଗାନ କରେ ଭାରତ ମାତା'କି ଜୟ..l
ଚୀନସେନା ପ୍ରାଦୁର୍ଭାବ ଜାଣ  ନିହାତିଅକାଳରେ ହେବକ୍ଷୟ,  ll
ବେକାର ଜୀବନୀ ଭାରତ ମାତାର ସନ୍ତାନ'ର  ବଳିଦାନ, l
ସାରା ବିଶ୍ୱରେ କୋରୋଣl ମହାମାରୀ ଲାଗିଅଛି ଜାଣ, ll
ମିଳିତ ଜାତିସଂଘରୁ ଚୀନ ଦେଶକୁ ଏକ ଘରକିଆକରିବେ,l
ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ନିମନ୍ତ୍ରଣ  ଲଗାମ ପନ୍ଥରେ ଚଳିବେ ll
ଗଲୱlନ ଘାଟି ହେବ ଇତିହାସ ପୃଷ୍ଠା'ର ବିପଦ ସେନାଛାଉଣୀ,। 
ପାଣି ପହଁରା ନଜାଣି ଚୀନସେନା ଯୁଦ୍ଧଆମନ୍ତ୍ରଣ କରୁ କି' ପୁଣି,, ll
ଲଦାଖ ସ୍ଥାନ ମାଟିରେ ଚୀନ ସେନା ପ୍ରାଣଯିବ ସୁ-ନିଶ୍ଚିତ, l
ଏହି ଲେଖା ପ୍ରମାଣିତ ହୋଇଅଛି କହେ ବେଦପୁରାଣ,ଭାଗବତ, ll
ସୂର୍ଯ୍ୟ, ଚନ୍ଦ୍ର ଯେତେସମୟ  ଆକାଶରେ  ଥିବେ ଆତଯlତ, l
ଭାରତ ମାତା'ର ମୁକୁଟ ବିଛିନ୍ନ ହେବନାହିଁସେ-ହିମଗିରିପର୍ବତ ll
ହିମ-ବୀର ଯେତେ ଦିନ ଏହି ଅଲିଭା ଦୁନିଆଁରେ ଥିବେ,, l
ବୈଦେଶିକ ଶତ୍ରୁ ଅକାଳରେ    ଜାଣ ନିହତ ଯେ' ହେବେ ll

କବି: 
ନିଲେଶ କୁମାର ଭୋଇ
(କିଟ୍ ବିଶ୍ୱବିଦ୍ୟାଳୟ )
ବିଜ୍ଞାନ ବିଭାଗ ଛାତ୍ର,
ଭୁବନେଶ୍ୱର, ଓଡିଶା
WhatsApp# +917684800301
nileshkumarbhoi850@ gmail.com